ବାସନ୍ତି ମେହେର ଢ଼ାବାରେ ଗୁଳି କାଣ୍ଡ, ଢ଼ାବା ମାଲିକାଣି ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ବାସନ୍ତି ଢ଼ାବାରେ ଗୁଳିକାଣ୍ଡ ହୋଇଛି। ଅଜଣା ବ୍ୟକ୍ତିଙ୍କ ଗୁଳିରେ ଢ଼ାବାର ମାଲିକାଣି ବାସନ୍ତି ମେହେର (୫୦)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ପରେ ବାସନ୍ତିଙ୍କୁ ସାଙ୍ଗେ ସାଙ୍ଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ବାସନ୍ତିଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ଖଡ଼ିଆଳ ପୁଲିସ ଏସଡିପିଓ ସନ୍ତକ ଜେନା ଓ ଖଡି଼ଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି। ସୂଚନା ଥାଉକି ବାସନ୍ତିଙ୍କ ସ୍ୱାମୀ ବିଭୀଷଣ ମେହେର, ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।