୪୦ହଜାର ଟଙ୍କାର ଧାନ ପୋଡ଼ିଗଲା

ନବରଙ୍ଗପୁର,ଏନ୍ଏନ୍ଏସ୍ : ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ’ର ଡ଼ମୁ ରଣାଙ୍କର ୪୦ହଜାର ଟଙ୍କାର ଧାନ ଇଲେକଟ୍ରି ସର୍କିଟ ଯୋଗୁ ପୋଡ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଡ଼ମୁ ରଣା ଧାନବିଲରୁ ଧାନ ଏକ ଟ୍ରକ ଯୋଗେ ନିଜ ଘରକୁ ଆଣୁଥିଲେ। ବାଟରେ ଇଲେଭେନ କେଭିତାର ଲାଗି ଯିବାରୁ ଧାନ ପୋଡ଼ି ପାଉଁସ ହୋଇ ଯାଇଥିଲା ଘଟଣାସ୍ଥଳରେ। ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ଦୀପକ କରଙ୍କ ନେତୃତ୍ୱରେ ହାବିଲାଦାର କମଳାକାନ୍ତ ଦାସ, ସୁନିଲ ସାହୁ, ସଦାନନ୍ଦ ସାହୁ, ଶଙ୍କର ସାହୁ, ପ୍ରମୁଖ କର୍ମଚାରୀ ନିଆଁକୁ ଆୟତ କରିଥିଲେ। ଡ଼ମୁ ରଣାଙ୍କର ୨ଏକର ଜମିର ଧାନକୁ ଟ୍ରକ ଯୋଗେ ଧାନ ଖଳାକୁ ଆଣୁଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ହଜାର ଟଙ୍କା ହେବ ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ କର ସୂଚନା ଅଦଇଛନ୍ତି।