ଫାର୍ମ ହାଉସ ନିକଟରେ ଅଗ୍ନିକାଣ୍ଡ

କଟକ,ଏନ୍ଏନ୍ଏସ୍: କଟକ ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଅଗ୍ନିକାଣ୍ଡ। ଫାର୍ମ ହାଉସ ପାଖରେ ଥିବା ଏକ ଜଙ୍ଗଲରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ନିକଟରେ ଏକ ପେଟ୍ରୋଲ ପମ୍ପ ଥିବାରୁ ସେଠାକୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଘଟଣାସ୍ଥଳରେ ସଦରଥାନା ପୁଲିସ ଉପସ୍ଥିତ ଅଛନ୍ତି।