ଅଗ୍ନିକାଣ୍ଡରେ ଘର ସହ ଜଳିଲେ ଯୁବକ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି। ଏକ ଘରେ ନିଆଁ ଲାଗି ଘର ସହ ଜଣେ ଯୁବକ ଜିଅନ୍ତା ଜଳିଗଲେ। ମୃତକ ଜଣଙ୍କ ଆନନ୍ଦପୁର ତହସିଲର କନିଷ୍ଠ କିରାଣୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ରବିବାର ଦୀପାବଳି ପାଇଁ ସାରା କେନ୍ଦୁଝର ଉତ୍ସବ ମୁଖର ହୋଇଥିବା ବେଳେ ଏକ ଘରେ ନିଆଁ ଲାଗି ଯୁବକ ଜଣକ ଜିଅଁନ୍ତା ଜଳିଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଅନ୍ୟପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିିଁ। ତଦନ୍ତପରେ ଅଗ୍ନିକାଣ୍ଡର ପ୍ରକୃତ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।