ମଧ୍ୟପ୍ରଦେଶର ଇନ୍ଦୋରର ଏକ ହୋଟେଲରେ ଭୟାବହ ଅଗ୍ନିକଣ୍ଡ

ମଧ୍ୟପ୍ରଦେଶ,ଏଜେନ୍ସି: ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଗୋଲ୍ଡ ଗେଟ୍‌ ହୋଟେଲରେ ସୋମବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ଏ ନେଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ହୋଟେଲରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଅଣାଯାଇଛି। ତେବେ ନିଆଁର ପ୍ରକୋପ ଅଧିକ ଥିବାରୁ ଏହାକୁ ଆୟତ କରିବା କଷ୍ଟସାଧ୍ୟ ହୋଇଛି।

ଏଥିରେ ଲକ୍ଷାଧିକ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ବର୍ତ୍ତମାନ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।