ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ସିଣ୍ଡିକେଟ ହଲ ଛାରଖାର୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟ( ବାଣୀ ବିହାର) କ୍ୟାମ୍ପସରେ ଥିବା ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡନଥିବାବେଳେ ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ସିଣ୍ଡିକେଟ୍ ବୈଠକର ମାତ୍ର କିଛି ସମୟ ପରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଅଳ୍ପକେ ଅନେକ ଜୀବନ ରକ୍ଷା ପାଇଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଉଛନ୍ତି।