ଟ୍ରେନର ୩ଟି ବଗିରେ ନିଆଁ ଲାଗି ୬୫ ମୃତ

ଇସଲାମାବାଦ,ଏନ୍ଏନ୍ଏସ୍: ଶୁକ୍ରବାର ସକାଳେ ପାକିସ୍ତାନର କରାଚିରୁ ରାଓ୍ଲପିଣ୍ଡିକୁ ତେଜଗମ ଏକ୍ସପ୍ରେସ ଯାଉଥିବାବେଳେ କୌଣସି କାରଣରୁ ଟ୍ରେନଟିରେ ନିଆଁ ଲାଗିଯାଇଥିଲା। ଏଥିରେ ୬୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଅଛନ୍ତି।
ଟ୍ରେନରେ ଏକ ସିଲିଣ୍ଡର ବିସ୍ଫୋରଣ କରିବାରୁ ତିନୋଟି ବଗିରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା। ଏହି ପରିପ୍ରେକ୍ଷୀରେ ନିଆଁର ତେଜ ପ୍ରଖର ଥିବାରୁ ଟ୍ରେନ ଭିତରେ ଯାତ୍ରୀମାନେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଉକ୍ତ ୩ଟି ବଗିରେ କେତେଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ କରାଯାଇନାହିିଁ। ସେଠାରୁ ସେମାନଙ୍କୁ ଡାକ୍ରଖାନା ପଠାଯାଇଥିବା ବେଳେ ୬୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।


ଏହି ଅଗ୍ନିକାଣ୍ଡରେ ୨ଟି ବିଜନେସ କ୍ଲାସ ଓ ଗୋଟିଏ ଇକୋନୋମିକ୍ କ୍ଲାସ ବଗି ଜଳିଯାଇଥିବା ଜଣାଯାଇଛି। ଏହି ଘଟଣାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆହତ ହୋଇଥିବା ଯାତ୍ରୀମାନଙ୍କୁ ମେଡ଼ିକାଲରେ ସମସ୍ତ ସୁବିଧା ଯୋଗାଇଦେବାକୁ କହିଛନ୍ତି।