ସବରେଜିଷ୍ଟ୍ରି ଅଫିସରେ ଅଗ୍ନିକାଣ୍ଡ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର କଚେରି ପରିସରରେ ଥିବା ସବରେଜିଷ୍ଟ୍ରି ଅଫିସରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟଭାବେ ଜଣାପଡ଼ିନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ହାଇଥିବା ଅନୁମାନ କରଯ।।ଉଛି। ଅଗ୍ନିକାଣ୍ଡ ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ ଓ କମ୍ପ୍ୟୁଟର ଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଦମକଳ ବାହିନୀର ୩ଟି ଗାଡ଼ି ଦ୍ୱାରା ନିଆଁକୁ ଆୟତ୍ତ କରିବା ପାଇଁ କର୍ମଚାରୀମାନେ ଉଦ୍ୟମ ଚଳାଇଥିଲେ ଏବଂ ସହଦେବଖୁଣ୍ଟା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଥିଲା।

ତେବେ ହଠାତ୍ କେମିତି ନିଆିଁ ଲାଗିଲା ଓ ଅଫିସରେ ଅଗ୍ନି ନିର୍ବପକ ବ୍ୟବସ୍ଥା ଥିଲା କି ନାହିଁ ଆଦି ସାଧାରଣରେ ପ୍ରଶ୍ନ ଉଠିଛି।