ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୋକସେବା ଭବନର ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ରୁମରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ଆଜି ସକାଳ ୯ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଦୀର୍ଘ ୪୫ମିନିଟ ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।