ଯାଁଳାର ଏକ ପ୍ଲାଷ୍ଟିକ୍ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା ଜିଲ୍ଲା ଯାଁଳାସ୍ଥିତ ଏକ ଏମ୍/ଏସ୍ ଟିଟିପି ପ୍ଲାଷ୍ଟିକ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଏହି ଅଗ୍ନିକାଣ୍ଡ ସଟ୍ସର୍କିଟ୍ରୁ ହୋଇଥିବା ଅନୁମାନ କରାଯାଉଛି ।