ମୁମ୍ବାଇର ତିନିମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ୧ମୃତ

ମୁମ୍ବାଇ,ଏଜେନ୍ସି: ମୁମ୍ବାଇ ସହରରେ ରବିବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ଫଶି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏ ନେଇ ୧୧ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ୧ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ, ମୁମ୍ବାଇର ରଚନୀ ରୋଡ ଅଞ୍ଚଳରେ ଡ୍ରିମଲ୍ୟାଣ୍ଡ ସିନେମା ହଲ ନିକଟରେ ଥିବା ଏକ ଆବାସିକ କୋଠାରେ ରବିବାର ଭୋର ସମୟରେ ନିଆଁ ଲାଗିଥିଲା । ନିଆଁ ଲାଗିଥିବାର ଦେଖି ଆଖପାଖର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ କୋଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଏ

ହି ପରିପ୍ରେକ୍ଷୀରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିପାରିଛନ୍ତି । ମାତ୍ର ଏହା ପୂର୍ବରୁ ବହୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ ଯୋଗୁଁ ସେହି କୋଠାରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।