ବୁର୍ଲା ମେଡିକାଲ୍‌ରେ ଅଗ୍ନିକାଣ୍ଡ

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ମେଡ଼ିକାଲରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟରୁ ହୋଇଥିବାବେଳେ ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି। ସକାଳ ୮ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଡାଇଲେସିସ ରୁମ୍‌କୁ ଲାଗିଥିବା ବ୍ୟାଟେରି ରୁମ୍‌ରେ ଏହି ଅଗ୍ନିକାଣ୍ଡ ହୋଇଛି।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ଏଥିରେ ସମସ୍ତ ବ୍ୟାଟେରିଫ୍ୟାନ୍‌ ଓ ସମସ୍ତ ବୈଦ୍ୟୁତିକ ସାମଗ୍ରୀ ପୋଡ଼ିଯାଇଛି। ସୌଭାଗ୍ୟବଶତଃ ଡାଇଲେସିସ ରୁମ୍ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ଏହି ସମୟରେ କୌଣସି ଡାଇଲେସିସ ହେଉନଥିବା ଜଣାଯାଇଛି।