ଇଣ୍ଡୋନେସିଆରେ ଅଗ୍ନି ଉଦଗୀରଣ

ଜାକାର୍ତ୍ତା : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଇଣ୍ଡୋନେସିଆରେ ଏକ ବୃହତ ଅଗ୍ନି ଉଦଗୀରଣ ହୋଇଥିବା ଦେଖାଦେଇଛି । ଏହି ଆଗ୍ନେୟ ଉଦଗୀରଣ ଫଳରେ ପ୍ରାୟ ଅଧ କିଲୋମିଟର ଉଚ୍ଚତାକୁ ତତଲା ପାଉଁଶ ଓ ବିଷାକ୍ତ ଧୂଆଁ ନିର୍ଗତ ହେଉଛି । ତେବେ ଏହି ଅଗ୍ନି ଉଦଗୀରଣ ଦ୍ୱାରା କୌଣସି ଧନଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । କାରଣ ଏହା ଇଣ୍ଡୋନେସିଆର ଏକ ଜନଶୂନ୍ୟ ଦ୍ୱୀପ ସୁନ୍ଦା ଷ୍ଟ୍ରେଟରେ ଅବସ୍ଥିତ । ପ୍ରାୟ ୯୦ ବର୍ଷ ତଳେ ଏହି ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରରେ ରହିଛି ।