ଗ୍ୱାଲିଅର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

ଗ୍ୱାଲିଅର,ଏଜେନ୍ସି: ମଧ୍ୟପ୍ରଦେଶ ଗ୍ୱାଲିଅରର ଏକ କୋଭିଡ-୧୯ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଆଂଶିକ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ହସ୍ପିଟାଲ ତୃତୀୟ ମହଲାରେ ସଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିଲା। ପରେ ସେଠାରେ ଥିବା ୯ ଜଣ ରୋଗୀଙ୍କୁ ଦ୍ୱିତୀୟ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ପ୍ରକ୍ରିୟାରେ ୨ ଜଣ ଆଂଶିକ ପୋଡି ହୋଇଯାଇଥିଲେ। ପରେ ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜିଲ୍ଲା ମାଜିଷ୍ଟ୍ରେଟ କିଶୋର କନ୍ୟାଲ ସୂଚନା ଦେଇଛନ୍ତି।