ଚେନ୍ନାଇ,ଏଜେନ୍ସି: ମାଧଭାରାମ ଇଣ୍ଟର ସିଟି ବସ୍ ଟର୍ମିନାଲ ନିକଟରେ ଥିବା ଏକ ରାସାୟନିକ ଗୋଦାମରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଏହା ନିକଟରେ ଥିବା ଅନ୍ୟ କେତେକ ୟୁନିଟକୁ ବ୍ୟାପି ଯାଇଥିଲା। ଘନ କଳା ଧୂଆଁ ଏହି ଅଞ୍ଚଳକୁ ଘେରି ରହିଥିଲା ଏବଂ ପଡୋଶୀ ଅଞ୍ଚଳର ବାସିନ୍ଦାମାନେ ଉତ୍ତାପ ହେତୁ ନିଜ ଘର ଭିତରେ ବସିପାରୁ ନ ଥିବା ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ ବସ୍ ଟର୍ମିନାଲ ନିକଟରେ ରାସାୟନିକ ଗୋଡାଉନ୍ ସମେତ କିଛି ଗୋଡାଉନ୍ ଏବଂ ଛୋଟ ଆକାରର ୟୁନିଟ୍ ଅଛି। ତେବେ ଶନିବାର ଦିନ ସାଢ଼େ ୩ଟା ବେଳେ ଉକ୍ତ ଗୋଡାଉନରୁ ପ୍ରଚୁର ପରିମାଣରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।
“ଘନ କଳା ଧୂଆଁ ସମଗ୍ର ଅଞ୍ଚଳରେ ପ୍ରବାହିତ ହୋଇଥିଲା। ବାରମ୍ବାର ଛୋଟ ବିସ୍ଫୋରଣ ହେଉଥିଲା ଏବଂ କାରଖାନାରୁ ତେଲ ବ୍ୟାରେଲଗୁଡିକ ପ୍ରାୟ ୫୦ ମିଟର ଦୂରରେ ଉଡ଼ିଯିବା ଏବଂ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨୦ଟି ଅଗ୍ନିଶମ ଗାଡ଼ି ଏବଂ ୨୦ଟି ମେଟ୍ରୋୱାଟର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ପରିପ୍ରେକ୍ଷୀରେ “୫୦୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। କାରଖାନାରେ ରଖାଯାଇଥିବା ରାସାୟନିକ ପଦାର୍ଥରେ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ତେବେ ଅନୁସନ୍ଧାନ ପରେ ହିଁ ଏହା ଜଣାପଡିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।