ସିରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ : ୫ ମୃତ

ମହାରାଷ୍ଟ୍ର: ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟି ୫ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଣେ ମେୟର ମୁରଲୀଧର ମୋହଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେରମ ସିଇଓ ଅଦର ପୁନାୱାଲା କେତେକଙ୍କ ମୃତ୍ୟୁ ହୋଇଥିବା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି।  ଦେଶକୁ କରୋନା ଭ୍ୟାକ୍ସିନ ଦେଇଥିବା ପୁଣେର ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେରମ ଇନଷ୍ଟିଚ୍ୟୁଟର ମାନଝୀରସ୍ଥିତ ନୂଆ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ ବିସିଜି ଟିକା ଉତ୍ପାଦନ କରାଯାଉଥିଲା। ଘଟଣାସ୍ଥଳରେ ୧୦ଟି ନିଆଁଲିଭା ଗାଡ଼ି ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଲାଇଛନ୍ତି। ଏଥିସହିତ ଯେଉଁ ସ୍ଥାନରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ହେଉଥିଲା ତାହା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି।