ଗୁଜରାଟର କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗୁଜରାଟର ବଲସାଡ଼ସ୍ଥିତ ଭାପି ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛିି। ଦୀର୍ଘ ୩ ଘଣ୍ଟା ପରେ ବି ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି। କମ୍ପାନୀରେ ଥିବା କେମିକାଲ ଯୋଗୁ ଫୋମ୍ ବ୍ୟବହାର କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। ହେଲେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏଥିସହିତ ନିଆଁ ଲାଗିବା ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।