ମୁମ୍ବାଇର ଅବଦୁଲ ରେହମାନ ଛକରେ ଅଗ୍ନିକାଣ୍ଡ

ମୁମ୍ବାଇ,ଏଜେନ୍ସି: ମୁମ୍ବଇର ଅବଦୁଲ ରେହମାନ ଛକରେ ଥିବା ଏକ ୩ ମହଲା କୋଠାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ବେଳେ ତୃତୀୟ ମହଲାଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ନିଆଁକୁ ଆୟତ୍ତକୁ ଆଣିବା ପାଇଁ ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।