କାଠ ଓ ଚମଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ମୁଣ୍ଡକା ଅଞ୍ଚଳରେ କାଠ ଓ ଚମଡ଼ା ଗୋଦାମରେ ନିଆଁ ଲାଗିଯାଇଛି। ତେବେ ନିଆଁ ଲିଭାଇବା କାମରେ ୨୧ଟି ଦମକଳ ଗାଡ଼ି ନିୟୋଜିତ ରହିଛି। ଗତ କିଛିଦିନ ତଳେ ଦିଲ୍ଲୀରେ ଲାଗିଥିବା ଝାନସି ରାଣୀ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ବେଳେ ବର୍ତ୍ତମାନ ପୁଣି ଦିଲ୍ଲୀ ଅନ୍ୟଏକ କାଠ ଓ ଚମଡ଼ା ଗୋଦାମରେ ନିଆଁ ଲାଗିଯାଇଛି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀର ଏକ କାରଖାନାରେ ଲାଗିଥିବା ନିଆଁରେ ୪୩ ଜଣ ପୋଡି ପ୍ରାଣ ହରାଇଥିଲେ। ଏ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।