କଳ୍ପନା ସ୍ଥିତ ଫଳ ଦୋକାନରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୧୮ ଦୋକାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର କଳ୍ପନା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୮ଟି ଫଳ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି।

ସୂଚନା ଅନୁସାରେ କଳ୍ପନା ଛକଓଭରବ୍ରିଜ୍‌ ନିକଟରେ ଥିବା ଫଳ ଦୋକାନମାନଙ୍କରେ ନିଆଁ ଲାଗିଯାଇଥିବା  ଜଣାପଡ଼ିଛି। ଗୁରୁବାର ରାତ୍ରି ୧୧ଟାରେ ଫଳ ଦୋକାନୀ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ଦୋକାନରେ ନିଆଁ ଲାଗିଯାଇଥିବା ଖବର ପାଇଥିଲେ। ଖବରପାଇ ଦୋକାନୀମାନେ ଘଟଣାସ୍ଥଳକୁ ଆସିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ।

ଏହି ଅଗ୍ନିକାଣ୍ଡରେ ୧୮ଟି ଫଳ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ନିଆଁର ପରିମାଣ ଅତ୍ୟଧିକ ଥିବାରୁ ଏହାକୁ ଆୟତ୍ତକୁ ଆଣିବାରେ ଅଗ୍ନିଶମ ବାହିନୀ ନାକେଦମ୍‌ ହୋଇଥିଲେ। ସେହିପରି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଦୋକାନୀମାନେ କହିଛନ୍ତି।