ଜଳିଗଲା କବାଡ଼ି ଗୋଦାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଆଜି ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଟିଆ -ନନ୍ଦନକାନନ ରାସ୍ତାର ସୁଭଦ୍ରା ଆପାର୍ଟମେଣ୍ଟ ନିକଟରେ ଥିବା ଏକ କବାଡ଼ି ଗୋଦାମରେ ନିଆଁ ଲାଗି ଯିବା ଫଳରେ କବାଡ଼ି ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏଥିରେ ଧନଜୀବନ ହାନି ହୋଇ ନ ଥିବା ଜଣାଯାଇଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କବାଡ଼ି ଦୋକାନ ପାଖାପାଖି ଥିବା ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।