ଅଗ୍ନିକାଣ୍ଡରେ ଜଳିଗଲା ଘର, ସୁରକ୍ଷିତ ପରିବାର ଲୋକେ

ଝାରସୁଗୁଡା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରସ୍ଥିତ ସମସେର କୁରେଶୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗି ବିଭିନ୍ନ ଘରୋଇ ସାମଗ୍ରୀ ପୋଡି ଯାଇଛି। ତେବେ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ମଙ୍ଗଳବଜାର ଅଞ୍ଚଳରେ ଏକ ବଡଧରଣର ବିପତ୍ତି ଟଳି ଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟାଟିରୀ ସର୍ଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ପ୍ରାଥମିକ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସମସେରଙ୍କ ପରିବାର ସମସ୍ତେ ତଳ ଘରେ ଥିବାବେଳେ ଉପର ମହଲାରେ ହଠାତ ନିଆଁ ଲାଗିଯାଇଥିଲା। ଏହା ଜାଣିପାରି ସମସ୍ତେ ଘର ବାହରି ପଳାଇ ଆସିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।