କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗୋଡ଼ଭଗା ରେଳ ଷ୍ଟେସନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି। ପରେ ଖବର ପାଇ ଅଗ୍ନିଶମ ବାହିନୀ ତତକ୍ଷଣାତ୍ ସେଠାରେ ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ବିଶାଖାପାଟଣା ବନ୍ଦରରୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିଲା ।ଏହା ପ୍ରଥମେ ଟ୍ରେନର ଗାର୍ଡ ଦେଖିବାକୁ ପାଇଥିଲେ। ଟ୍ରେନର ପଛ ବଗିରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଟ୍ରେନକୁ ନିକଟସ୍ଥ ଗୋଡଭଗା ଷ୍ଟେସନକୁ ନିଆଯାଇଥିଲା।

ତାପରେ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ବରଗଡ଼, ଅତାବିରା ଏବଂ ସମ୍ବଲପୁରର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ସେହି ଅଗ୍ନିଶମ ବିଭାଗର କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ କରି ଖବର ପାଇବା ମାତ୍ରେ, କୋଇଲା ବୋଝେଇ ଟ୍ରେନରେ ଲାଗିଥିବା ନିଆଁ ଲିଭାଇଥିଲେ। ତେବେ ଏଥିରେ କ’ଣ କ୍ଷତି ହୋଇଛି ତାହା ଜଣାପଡ଼ିନାହିଁ।