ଚଳନ୍ତା ବସରେ ନିଆଁ: ଜଣେ ଶିଶୁ ସମେତ ୫ ମୃତ, ୨୭ ଗୁରୁତର

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲା ନିକଟ ହିରିୟୁରର ୪ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଫଳରେ ଜଣେ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସରେ ଅଗ୍ନିକାଣ୍ଡ ଜନିତ ଖବର ମିଳିବାପରେ ଏନଏଚ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେଠାରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।