କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଅନ୍ୱେଷା ହଷ୍ଟେଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଜିଲ୍ଲା By Nitidin On Dec 22, 2019 Share ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହର ସ୍ଥିତ ସାଇପ୍ରିୟା ନଗରରେ ଥିବା ଅନ୍ୱେଷା ହଷ୍ଟେଲରେ ଅଗ୍ନିକାଣ୍ଡ। ସୂଚନା ଅନୁସାରେ ରବିବାର ଦ୍ୱିତୀୟ ମହଲରେ ଦିନ ୧୨ଟା ସମୟରେ ଷ୍ଟୋର ରୁମରୁ ଧୂଆଁ ବାହାରୁଥିବା ଦେଖି ହଷ୍ଟେଲର ଦାୟିତ୍ୱରେ ଥିବା ଓାର୍ଡନ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ବଡ଼ଦିନ ଉପଲକ୍ଷେ ଆଜି ଠାରୁ ବିଦ୍ୟାଳୟ ବନ୍ଦ ରହୁଥିବାରୁ କିଛି ଛାତ୍ର ଘରକୁ ଯାଇଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ନିଜ ନିଜ ବିଦ୍ୟାଳୟକୁ ଯାଇଥିଲେ। ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀ ନିଆଁ ଲାଗିବା ସମୟରେ ହେଷ୍ଟଲରେ ଉପସ୍ଥିତ ଥିଲେ। ତେବେ ଛାତ୍ରଛାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଷ୍ଟୋର ରୁମରେ ଥିବା ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ରାୟଗଡ଼ା ପିଏ, ଆଇଟିଡିଏ ଟୁକୁ ବାରିକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଘଟଣାର ତଦନ୍ତ କରିଛନ୍ତି। Share