ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିିରି ଜିଲ୍ଲା ସଦର ମହକୁମାସ୍ଥିତ ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ମହିଳା ଜଣକ ପୁଲିସ କ୍ୟାଣ୍ଟିନରେ ଦୀର୍ଘଦିନ ଧରି କାମ କରି ଆସୁଥିଲେ। ତେବେ ଗତ ୭ ତାରିଖରେ କ୍ୟାଣ୍ଟିନ ଦାୟିତ୍ତ୍ୱରେ ଥିବା ପୁଲିସ କର୍ମଚାରୀ ମହିଳାଙ୍କ ଦେହ ଖରାପ ଥିବା ବିଷୟରେ ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। ପରେ ପିଡ଼ିତା ମହିଳାଙ୍କୁ ତାଙ୍କ ସ୍ୱାମୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଦୁଇ ଦିନ ପରେ ସ୍ତ୍ରୀଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖି ଦୁଷ୍କର୍ମ ହୋଇଥିବା ଅନୁମାନ କରି ଥାନାରେ ଏତଲା ଦେଇଥିଲେ। ପୁଲିସ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଥିବା ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।