ରାମଦେବଙ୍କ ବିରୋଧରେ ମାମଲା

ରାୟପୁର,ଏଜେନ୍ସି: ଛତିଶଗଡ ପୁଲିସ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ରାୟପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। କୋଭିଡ୍ ଔଷଧ ଏବଂ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିବା ତଥା ଲୋକଙ୍କୁ ଡାକ୍ତରୀ ଚିକିତ୍ସା ବିରୋଧରେ ଉସ୍‌କାଇବା ଅଭିଯୋଗରେ ଏଭଳି ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଭାରତୀୟ ଡାକ୍ତରୀ ସଂଘ (ଆଇଏମ୍‌ଏ) ଛତିଶଗଡ ଶାଖା ଅଧ୍ୟକ୍ଷ ରାକେଶ ଗୁପ୍ତାଙ୍କ ତରଫରୁ ଦାଏର କରାଯାଇଥିବା ଏତଲାକୁ ଆଧାର କରି ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୮୮, ୨୬୯ ଓ ୫୦୪ ଅନୁଯାୟୀ ମାମଲା ରୁଜୁ କରିଛି।