ବିଗବସ୍ ବିଜେତା ଗୌହର ଖାନଙ୍କ ବିରୋଧରେ ଏଫ୍ଆଇଆର

ମୁମ୍ବାଇ: ବିଗବସ୍ ବିଜେତା ଗୌହର ଖାନଙ୍କ ବିରୋଧରେ ବିଏମସି ଏଫଆଇଆର ଦାୟର କରିଛି। ଗୌହର କରୋନାରେ ସଂକ୍ରମିତ ହେବା ପରେ ନିୟମ ଉଲଂଘନ କରିଥିବା ଜଣାପଡ଼ିଛି। ସେ ନିୟମ ପାଳନ ନକରି ଫିଲ୍ମ ସୁଟିଂ କରିବାକୁ ଯାଇଥିଲେ। ଆଉ ବିଏମସି ଅଧିକାରୀ ତାଙ୍କ ଘରକୁ ଯାଇଥିବା ସମୟରେ ସେ ସେଠାରେ ନଥିଲେ। ବିଏମସି ଏଫଆଇଆର କପି ଟ୍ୱିଟ୍ କରି ସେୟାର କରିଥିଲେ ମଧ୍ୟ ଏଥିରେ ଅଭିଯୁକ୍ତଙ୍କ ନାମକୁ ବ୍ଲୋର କରିଦିଆଯାଇଛି।

ସୂଚନାଯୋଗ୍ୟ, ନିକଟରେ ଗୌହର ତାଙ୍କ ପିତା ଜାଫର ଅହମ୍ମଦଙ୍କୁ ହରାଇଛନ୍ତି। ଗୌହରଙ୍କ ପିତା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ପିତାଙ୍କ ଦେହାନ୍ତ ପରେ ଗୌହର ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଥିଲେ।