ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା

କୋରାପୁଟ,ଏନ୍ଏନ୍ଏସ୍ : ପୁଅର ଅପରେସନ୍ ପାଇଁ କୋରାପୁଟ ବ୍ଲକ୍ ଝଡ଼ିଗୁଡ଼ା ଗ୍ରାମର ସଦାଶିବ ସୁନାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ସଦାଶିବଙ୍କ ନାବାଳକ ପୁଅର ପେଟରେ ଷ୍ଟୋନ୍ ହୋଇଥିବାବେଳେ ଆର୍ଥିକ ଅଭାବ ହେତୁ ଚିକିତ୍ସା ହୋଇ ପାରୁନଥିଲା। ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାପରେ ସିଏମଆରଏଫରୁ ସହାୟତା ଦିଆଯାଇଛି।