ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ନେଇ ଆଜି ଅପରାହ୍ଣ ୪ଟାରେ ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରେସ ବାର୍ତାରେ କୋରୋନା ମହାମାରୀ ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ସମସ୍ତ ବିବରଣୀ ବାଣ୍ଟିବେ। ଏହି ଆର୍ଥିକ ପ୍ୟାକେଜକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ସମୟରେ ଘୋଷଣା କରିଥିଲେ।

ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ଏହି ବିବରଣୀର ସୂଚନା ପ୍ରକାଶ ହୋଇପାରେ। ଏହି ପ୍ୟାକେଜ୍ ସମାଜର ପ୍ରତ୍ୟେକ ବିଭାଗକୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କୋରୋନାରୁ ହୋଇଥିବା କ୍ଷତିର ଭରଣା ତଥା ଦେଶକୁ ପୁଣିଥରେ ଠିଆ କରିବା ପାଇଁ ମୋଦୀ ସରକାର ୨୦ ଲକ୍ଷ କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜକୁ କେଉଁ କେଉଁ କ୍ଷେତ୍ରରେ ବଣ୍ଟନ କରାଯିବ ସେ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସମିଟରେ ସୂଚନା ପ୍ରଦାନ କରିବେ।