ଦୁଷ୍କର୍ମ ଅଭିଯୋଗରେ ଫାଇନାନ୍ସ ସଂସ୍ଥା ମୁଖ୍ୟ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚାକିରୀ ଆଶାରେ ଭୁବନେଶ୍ୱର ଆସିଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସତ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥା ମୁଖ୍ୟ ଜୟ କୁମାର ବୋଲି ଜଣାପଡିଛି। ଲଷ୍ମୀସାଗର ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଧଉଳି ଅଞ୍ଚଳରେ ଥିବା ସତ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ବିଭିନ୍ନ ପଦବୀ ଖାଲିଥିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନ ଦେଖି ଛତିଶଗଡ଼ର ଜଣେ ଯୁବତୀ ସାକ୍ଷାତକାର ଦେବାକୁ ଆସିଥିଲେ। ସାକ୍ଷାତକାର ଦେବା ପରେ ସେ ଲଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ରହିଥଲେ। ସେଠାରେ ତାଙ୍କୁ ସଂସ୍ଥା ମୁଖ୍ୟ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।