ବଡ଼ ପରଦାରେ ଫିଲ୍ମ ଛପାକ୍, ପ୍ରଥମ ଶୋ’ରେ ଦର୍ଶକଙ୍କ ଭିଡ

ନୂଆଦିଲ୍ଲୀ: ଶୁକ୍ରବାର ବଡ ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକ୍। ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ନେଇ ଏହି ଫିଲ୍ମ ଆଧାରିତ। ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିପରି ସମାଜରେ ନିଜକୁ ଉପସ୍ଥାପନ କରୁଛି ଓ ଏହାର ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି ତାହା ଏହି ଫିଲ୍ମା ମାଧ୍ୟମରେ ଦର୍ଶାଯାଇଛି। ୨୦୦୫ ମସିହାରେ ୧୫ ବର୍ଷୀୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ। ଏହା ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟେକ ଘଟଣାକୁ ନେଇ ଛପାକ ନିର୍ମାଣ କରାଯାଇଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ ରହିଛନ୍ତି ଯେଉଁଥିରେ ସେ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଫିଲ୍ମଟି ଶୁକ୍ରବାର ବଡ ପରଦାକୁ ଆସିଥିବା ବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା।