ବହିଷ୍କୃତ ହେବାର ତିନିବର୍ଷ ପରେ ପୁଣି ଫିଲ୍ ସିମନ୍ସଙ୍କୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି କରାଯାଇଛି। ସେ ଆଗାମୀ ୪ବର୍ଷ ପର୍ୟ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଟିମର କୋଚ୍ ଦାୟିତ୍ୱ ତୁଲାଇବେ। ସିମନ୍ସଙ୍କ ମାର୍ଗଦର୍ଶନରେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦୧୬ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା। ସିଡବ୍ଲ୍ୟୁଆଇର ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି, ଅତୀତର ଭୁଲକୁ ସୁଧାରିବା ପାଇଁ ସିମନ୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ, ବରଂ ଆମର ବିଶ୍ୱାସ ଯେ ବର୍ତ୍ତମାନ ସିମନ୍ସ ଏହି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି। ୫୬ ବର୍ଷୀୟ ସିମନ୍ସ ଟି-୨୦ କ୍ରିକେଟରେ ମିଳିଥିବା ସଫଳତାକୁ ଟେଷ୍ଟରେ ଦୋହରାଇପାରି ନଥିଲେ। ତାଙ୍କ କୋଚିଂ କାର୍ୟ୍ୟକାଳରେ ୱେଷ୍ଟଇଣ୍ଡିଜ୍ ୧୪ ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା।