ଜାନୁଆରୀ ୧୧ରୁ ଏଫଆଇଏଚ ପ୍ରୋ-ଲିଗ ଆରମ୍ଭ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୮ଟି ମ୍ୟାଚ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଟରନ୍ୟାସନାଲ ହକି ଫେଡରେସନ(ଏଫଆଇଏଚ୍‍)ର ପ୍ରୋ-ଲିଗ୍‍ ଜାନୁଆରୀ ୧୧ରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ମୋଟ ୧୪୪ଟି ମ୍ୟାଚ୍ ୧୧ଟି ଭେନ୍ୟୁରେ ଖେଳାଯିବ। ତେବେ ଏହି ମ୍ୟାଚ୍ଟି ଜୁନ୍ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଭେନ୍ୟୁ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିରେ ଭାରତର କଳିଙ୍ଗ ଷ୍ଟାଡିୟମ ମଧ୍ୟ ରହିଛି। ସେହିପରି ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚୀନ, ଜର୍ମାନୀ, ଇଂଲଣ୍ଡ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ସ୍ପେନ, ଆମେରିକା ପ୍ରମୁଖ ସ୍ଥାନ ପାଇଛନ୍ତି।

ଏହି ପ୍ରତିଯୋଗିତାରେ ଭାରତ ସମସ୍ତ ଦଳ ସହ ୨ଟି ମ୍ୟାଚ ଖେଲି ମୋଟ ୧୬ଟି ଖେଳିବ। ସେହି ଦଳଗୁଡ଼ିକ ହେଲା ବେଲଜିୟମ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ଜର୍ମାନୀ, ଆର୍ଜେଣ୍ଟିନା, ସ୍ପେନ୍‌, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଏହି ୧୬ଟି ମ୍ୟାଚରୁ ୮ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ଜାନୁଆରୀ ୧୮ ଓ ୧୯ରେ ନେଦରଲାଣ୍ଡସ ସହିତ, ଫେବୃଆରୀ ୮ ଓ ୯ରେ ବେଲଜିୟମ ସହିତ ଓ ୨୧ ଓ ୨୨ରେ ଅଷ୍ଟ୍ରେଲିଆ ସହିତ ଓ ମେ ୨୩ ଓ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ। ସେହିପରି ଭାରତ ଅନ୍ୟ ୮ଟି ମ୍ୟାଚ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀରେ ଜର୍ମାନୀ ବିପକ୍ଷରେ, ମେ ୨ ଓ ୩ରେ ଇଂଲଣ୍ଡ ବିପକ୍ଷରେ, ଜୁନ୍‍ ୫ ଓ ୬ରେ ଆର୍ଜେଣ୍ଟିନା ସହିତ ଆର୍ଜେଣ୍ଟିନାରେ ଓ ଜୁନ୍‍ ୧୩ ଓ ୧୪ରେ ସ୍ପେନ ସହିତ ସ୍ପେନ୍‌ରେ ମ୍ୟାଚ ଖେଳିବ।