ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜେନୌତିକ ଉଷ୍ମତା ବଢ଼ିବାରେ ଲାଗିଛି । ଖାସ୍ କଥାଟି ହେଲା ଅନେକ ପଞ୍ଚ।।ୟତରେ ଫ୍ୟାମିଲି ଫାଇଟ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବାଘମୁଣ୍ଡା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଖୁଡ଼ି ଓ ପୁତୁରା ମଧ୍ୟରେ ଲଢ଼େଇ ହେଉଛି ।
ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୭ଜଣ ପ୍ରାର୍ଥୀ ଥିବାବେଳେ ପୂବର୍ତନ ସରପଞ୍ଚ ରାଜକିଶାର ମେହେରଙ୍କ ପରିବାରରୁ ତାଙ୍କ ପୁଅ ପ୍ରକାଶ ମେହେର ଓ ଭାେଇବାହୂ ଭାରତୀ ମେହେରଙ୍କ ମଧ୍ୟରେ ଲଢ଼େଇ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ଖୁଡ଼ି ଓ ପୁତୁରା ପାଟଣାଗଡ଼ ବିଧାୟକଙ୍କ ଫଟୋ ଚିତ୍ରରେ ନିଜ ପ୍ରଚାର ପତ୍ର ମାନ ଛପାଇଥିବା ଦେଖିବାକୁ ମିଳିଛି । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜ ସପକ୍ଷରେ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ।