ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଜିଲ୍ଲା କୃଷି ବିଭଗ ପକ୍ଷରୁ କ୍ଷେତ୍ର ଦିବସ ପାଳନ କରାଯାଉଥିବା ବେଳେ ଏହା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ଅଧୀନ ଅଲାଞ୍ଜୁରୀ ଗ୍ରାମରେ କ୍ଷେତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ଅଞ୍ଚଳର କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀଙ୍କୁ ନେଇ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅତିରିକ୍ତ କୃଷି ଅଧିକାରୀ କ୍ଷେତି ବିଳାସ ବେହେରା, କୃଷି ବିଭାଗ ଅଧିକାରୀ ସତ୍ୟ ପ୍ରକାଶ ବାରିକ, କ୍ଷେତ୍ର ପରିଦର୍ଶକ କଳିନୀର ନାୟକ, କୃଷକ ସାଥୀ ସୁନୀଲ କୁମାର ସିଂ ପ୍ରମୁଖ ଯୋଗଦେଇ ମକା ଚାଷ ସମ୍ପର୍କରେ ଆଲୋଚନା କରିଥିଲେ।
ବିଶେଷ କରି ଏହି ଅଞ୍ଚଳରେ ମକା ଚାଷର ଚାହିଦା ବଢ଼ି ଥିବାରୁ ପାରମ୍ପରିକ ଚାଷ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଉତ୍ପାଦନ ହାର କିପରି ବୃଦ୍ଧି ପାଇ ଚାଷୀ ଲାଭବାନ ହୋଇଥାଏ ସେନେଇ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ମେମ୍ବର ପାଜିସା ମାଝୀ, ଗ୍ରାମର ମୁଖିଆ ରମାକାନ୍ତ ସିଂ, ଫେଲିସ୍କ ସିଂ, ଶିବ ସିଂ, ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ।