ଭାରସାମ୍ୟ ହରାଇ ଓଲଟିଲା ସାର ବୋଝେଇ ଟ୍ରକ

ଟିଟିଲାଗଡ଼,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମୁଖ୍ୟରାସ୍ତା ଶଗଡ଼ଘାଟସ୍ଥିତ ନିର୍ମାଣଧୀନ ଆଇଟିଆଇ କଲେଜ ନିକଟରେ ଭାରସାମ୍ୟ ହରାଇ ମାଲବାହୀ ଟ୍ରକ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛି। ଡ୍ରାଇଭର ଜଣକ ଆଜି ଭୋରରୁ ସିକେର ଦେଶୀ ମଦ ଭାଟି ସମ୍ମୁଖରେ ଅଟକି ନିଶାଦ୍ରବ୍ୟ ସେବନ କରିଥିବାରୁ ଏଭଳି ଘଟଣା ଘଟିଛି। ଡ୍ରାଇଭର ଜଣଙ୍କ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି। ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।