ଶାଗୁଆନ କାଠ ବେପାରରେ ମାତିଛନ୍ତି ମହିଳା ଫରେଷ୍ଟ ଗାର୍ଡ ! ଆରମ୍ଭ ହେଲା ତଦନ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳର ସାହାରପଡ଼ା ସେକ୍ସନରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ରୂପଶ୍ରୀ ସାହୁଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ। ଫରେଷ୍ଟଗାର୍ଡ ନିଜେ କାଠ ବେପାରରେ ସମ୍ପୃକ୍ତ ଥିବା ଚର୍ଚ୍ଚାର ହେଉଛି। ଏପରି ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଡିଏଫଓ ତଦନ୍ତ କରିବାକୁ ଗୁରୁବାର ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପାଟଣା ରେଞ୍ଜ ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ଟିକେଶ୍ୱର ମହାନ୍ତ ସାହାରପଡ଼ା ଫରେଷ୍ଟର ମୋହିନୀ ମହାନ୍ତ ଘଟଣାର ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ଗତ ବୁଧବାର ବୁଢ଼ାବଣ ଗ୍ରାମରୁ ଶଗୁଆନ କାଠ ଚୋରାଚାଲାଣ ବିଷୟରେ ସ୍ଥାନୀୟଲୋକେ ଫରେଷ୍ଟର ମୋହିନୀ ମହାନ୍ତକୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ ଧଳା ରଙ୍ଗର ପିକଅପ୍ ଭ୍ୟାନକୁ ଜବତ କରିଥିଲେ। ଏନେଇ ଡ୍ରାଇଭରଙ୍କୁ ପଚାରିବାରୁ ଫରେଷ୍ଟଗାର୍ଡ ରୂପଶ୍ରୀ ସାହୁ କାଠ ଲୋଡ଼ କରି ନେବାକୁ କହିବା ସହ ଗାଡିକୁ ସୁରକ୍ଷା ଦେଇ ନେଉଥିବା କହିଥିଲେ। ଡ୍ରାଇଭରଙ୍କ ଏହି ବୟାନ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କେନ୍ଦୁଝର ଡିଏଫଓ ସ୍ୱୟଂ ମଲ୍ଲିକ ପାଟଣା ରେଞ୍ଜର ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ଟିକେଶ୍ୱର ମହାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟ ଜଣେ ନଥିବାରୁ ବୟାନ ରେକର୍ଡ କରାଯାଇ ନଥିବା କହିଛନ୍ତି। ଅନ୍ୟପଟେ ରୂପଶ୍ରୀ ସାହୁଙ୍କ କାରନାମାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ବିତ ନା ପସନ୍ଦ କରି ନିଲମ୍ବନ କରିବା କୁ ଦାବି କରିଛନ୍ତି।