କୋରୋନା ଭୟରେ ପାଠ ପଢ଼ା ପ୍ରଭାବିତ, ଦିଲ୍ଲୀରେ ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ କରୋନା ଭୟ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିରେ ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ସ୍କୁଲକୁ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ପିଲାଙ୍କ ମଧ୍ୟରେ କରୋନା ଭାଇରସ୍‌ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆପ୍‌ ସରକାର ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ୍‌ ୩୦ ଜଣଙ୍କ ମଧ୍ୟରେ କୋଭିଡ୍‌-୧୯ ବିଷାଣୁ ଥିବା ଯାଞ୍ଚରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୧୬ ଜଣ ଇଟାଲୀ ପର୍ୟ୍ୟଟକ ଏବଂ ବାକି ୧୪ ଜଣ ଭାରତୀୟ ଥିବା ସୂଚନା ମିଳିଛି ।