କରୋନାକୁ ଡରନ୍ତୁ, ଭ୍ୟାକ୍ସିନକୁ ନୁହେଁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଓ ତାଙ୍କ ପତ୍ନୀ ଆଜି କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଲଗାଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହର୍ଷବର୍ଦ୍ଧନ କରୋନାକୁ ଡରନ୍ତୁ କିନ୍ତୁ ଭ୍ୟାକ୍ସିନକୁ ଡରନ୍ତୁନି ବୋଲି ସଭିଙ୍କୁ ବାର୍ତ୍ତା ଦେଇଛନ୍ତି। ଏଥିସହିତ ସମସ୍ତ ପ୍ରକାର ଗୁଜବରୁ ଦୂରେଇ ରହି ନିଜ ପାଳି ଆସିଲେ ଟିକା ଲଗାଇବା ପ୍ରତ୍ୟେକ ଦେଶବାସୀର କର୍ତ୍ତବ୍ୟ ବୋଲି କହିଛନ୍ତି।