‘ଫୌ-ଜି’ ଗେମ୍ ଲଞ୍ଚ କଲେ ଅକ୍ଷୟ କୁମାର

ମୁମ୍ବାଇ: ଦେଶର ୭୨ତମ ଗଣତନ୍ତ୍ର ଦିବସ ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର ‘ଫୌ-ଜି’ ଗେମ୍ ଲଞ୍ଚ କରିଛନ୍ତି। ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇ ସେ ଗେମର ଭିଡିଓ ବି ସେୟାର କରିଛନ୍ତି। ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଶତ୍ରୁଙ୍କ ସାମ୍ନା କର। ଦେଶ ପାଇଁ ଲଢୋ। ଆମ ପତାକାକୁ ରକ୍ଷା କର। ଭାରତର ସବୁଠୁ ପ୍ରତ୍ୟାଶିତ ଆକ୍ସନ ଗେମ୍, ଫିୟଲେସ୍ ଓ ୟୁନାଇଟେଡ ଗାର୍ଡ୍ସ: ଫୌ-ଜି ଆପଣଙ୍କୁ ଆଗକୁ ନେଇଯିବ। ଆଜି ହିଁ ନିଜ ମିଶନ ଆରମ୍ଭ କରିବା ପାଇଁ ଡାଉନଲୋଡ କରନ୍ତୁ।’

ସୂଚନାଯୋଗ୍ୟ, ଏନକୋର ଗେମ୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗେମ୍ ଲଞ୍ଚ ହୋଇଯାଇଛି। ଏହି ଗେମ୍ ଭାରତୀୟ ସେନା ସହ ଜଡ଼ିତ ଅସଲ ଘଟଣା ଉପରେ ଆଧାରିତ।