ସମ୍ପତ୍ତିକୁ କେନ୍ଦ୍ର କରି ପୁଅକୁ ଗୁଳିକରି ହତ୍ୟା କଲା ବାପା

ମୁମ୍ବାଇ : ମହାରାଷ୍ଟ୍ରର ଜଥାରପେଠର ସ୍ୱାୟର ଅଞ୍ଚଳରେ ସୋମବାର ବାପା ଗୁଳିରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା । ଯାହାଫଳରେ ସୋମବାର ବାପା ନିଜ ପୁଅକୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି । ଅଭିଯୁକ୍ତ ବାପାର ନାମ ଭାରତୀ ଓ ପୁଅର ନାମ ମନୀଷ ଅସଲାହା । ପୁଲିସ ମୃତ ବାପାକୁ ଗିରଫ କରିବା ସହ ପୁଅର ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ଭାରତୀ ସ୍ଥାନୀୟ ଅଞ୍ଚଳର ଜଣେ ନେତା । ଭାରତୀର ପୁଅ ମନୀଷ ସୋମବାର ସକାଳ ସମୟରେ ସମ୍ପତ୍ତିକୁ ନେଇ ନିଜ ବାପା ସହିତ ଝଗଡା କରିଥିଲା । ବାପା ଭାରତୀ ପୁଅ ମନୀଷକୁ ବୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲା । ଫଳରେ ବାପା ଉତକ୍ଷୀପ୍ତ ହୋଇ ପୁଅକୁ ଗୁଳି କରିଥିଲା । ଗୁଳି ଫୁଟିବାର ଶବ୍ଧ ଶୁଣି ସ୍ଥାନୀୟ ଲୋକ ଆସି ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ ।