ମୂକ ନାବାଳିକା ଝିଅକୁ ଦୁଷ୍କର୍ମ କଲା କାମାନ୍ଧ ବାପା

ବ୍ରହ୍ମପୁର,ଏନଏନଏସ: ଗଂଜାମ ଜିଲ୍ଲାରେ ପୁଣି ଲଜ୍ୟା। ନିଜ ପ୍ରଥମ ପତ୍ନୀର ମୂକ ନାବାଳିକା ଝିଅକୁ ତାର କାମାନ୍ଧ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୂକ ଝିଅ କିଛି କଥା କହି ନପାରି କେବଳ କାନ୍ଦୁ ଥିବା ବେଳେ ସେହି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲିଖିତ ଅଭିଯୋଗ ପରେ ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ କରି ଗୋବିନ୍ଦ ଗୌଡଙ୍କୁ ଗିରଫ କରିଛି। ଉଭୟ ବାପା ଏବଂ ଝିଅଙ୍କୁ ଡାକ୍ତରମାଇନା କରାଯାଇଛି। ବାପାଙ୍କୁ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। କେହି ଓକିଲ ଓକିଲାତିନାମା ଦାଖଲ କରି ନଥିବା ଯୋଗୁଁ ଅଭିଯୁକ୍ତ ଜେଲ ଯାଇଛି।
ସୂଚନା ଅନୁଯାୟୀ, ଖଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଗୋବିନ୍ଦ ଗୌଡ ୩ ଦିନ ତଳେ ମଦ ପିଇ ଘରେ କେହି ନଥିବାର ସୁଯୋଗ ଦେଖି ନିଜ ମୃତ ପ୍ରଥମ ପତ୍ନୀଙ୍କ ମୂକ ଝିଅକୁ ରାତିରେ ଦୁର୍ଷ୍କମ କରିଥିଲେ। ଏପରିକି ଝିଅର ଶରୀରକୁ ମଧ୍ୟ କାମୁଡି ଦେଇଥିଲେ।

ରାତି ସାରା କବାଟ ପକାଇରଖିବା ପରେ ସକାଳ ସମୟରେ ନାବାଳିକା ଜଣକ ଘରୁ ବାହାରି ଭୋ ଭୋ କରି କାନ୍ଦୁଥିଲା। ଏହାକୁ ଦେଖି ସେହି ଗ୍ରାମର କିଛି ମହିଳା ମୂକ ଝିଅକୁ କାରଣ ପଚାରିଥିଲେ। ଝିଅଟି କିଛି କହି ପାରିନଥିଲେ ମଧ୍ୟ ଠାରି ସବୁ କିଛି କଥା ସେହି ଗ୍ରାମର କିଛି ସ୍ୱୟଂ ସହାୟକ ମହିଳାଙ୍କୁ କହିଥିଲେ। ପରେ ମହିଳାମାନେ ଏକତ୍ରିତ ହୋଇ ତୁରନ୍ତ ଖଲିକୋଟ ଥାନାକୁ ଖବର ଦେଇଥିଲେ। ଖଲିକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପଂହଚି ଅଭିଯୁକ୍ତ ମଦ୍ୟପ ବାପାକୁ ଗିରଫ କରିଥିଲେ। ଘଟଣା ଚଳିତ ମାସ ୧୧ ତାରିଖରେ ଘଟିଥିବା ବେଳେ ପୁଲିସ ତାଙ୍କୁ ନେଇ ପଚରା ଉଚରା କରିଥିଲା। ମଦ୍ୟପ ଗୋବିନ୍ଦ ଗୌଡ ଘଟଣାକୁ ସ୍ୱୀକାର କରିଥିଲା। ଆଜି ଅଭିଯୁକ୍ତ ବାପାଙ୍କୁ ଗିରଫ କରି ପୋକ୍ସ କୋର୍ଟ ଚାଲାଣ କରାଯାଇଛି।