ବାପାର ଠେଙ୍ଗା ମାଡ଼ରେ ୮ମାସ ଝିଅର ମୃତ୍ୟୁ

ଆନନ୍ଦପୁର : ବାପା ମା’ କଳିରେ ବଳି ପଡ଼ିଛି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ସାଉଁଟିସାହିରେ।
ସୂଚନା ଅନୁଯାୟୀ, ଘରୋଇ କଳିକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଉଥିଲା। ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ପିଟିବା ପାଇଁ ଏକ ଠେଙ୍ଗା ନେଇ ଗୋଡ଼ାଉଥିଲା। ସ୍ତ୍ରୀ ନିଜକୁ ରକ୍ଷା କରିବା ପାଇଁ ପାହାର ଉଠାଇଥିବା ସମୟରେ ବୁଲି ପଡ଼ିବାରୁ ୮ମାସର ଝିଅ ମୁଣ୍ଡରେ ଜାଇଁ ବାଜିଥିଲା। ଗୁରୁତର ଅବସ୍ଥାରେ ଝିଅକୁ କଟକ ନେଉଥିବା ସମୟରେ ବାଟରେ ତା’ର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଏନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।