ଝିଅର ନିର୍ବନ୍ଧ ଦିନରେ ବାପାଙ୍କ ମୃତ୍ୟୁ

ବଙ୍ଗୋମୁଣ୍ଡା, ଏନ୍ଏନ୍ଏସ୍ : ଝିଅର ନର୍ବନ୍ଧଦିନ ବାପାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟଛି, ବଲାଙ୍ଗୀର ଜିଲ୍ଲ।। ବଙ୍ଗୋମୁଣ୍ଡା ଥାନା ବେଳପଡା ପଂଚାୟତରେ। ଡ଼ଙ୍ଗିଆ ଗ୍ରାମର ଏକ କପା କିଆରି ଠାରେ ଶୁକ୍ରବାର ଜଣେ ବୃଦ୍ଧଙ୍କ ଶବ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକ ଜଣକ ଚାଉଲିଆ ଗ୍ରାମର ନେତ୍ର ବନଛୋର(୫୫) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଚାଉଲିଆ ଗାଁ’ ର ନେତ୍ର ବନଛୋର(୫୫) ସବୁ ଦିନ ପରି ଗୁରୁବାର ଦିନ ମଧ୍ୟ ନିଜ ଶଶୂର ଘର ଡ଼ଙ୍ଗିଆ ଗାଁ’କୁ ଚାଷ କରିବା ପାଇଁ ଯାଇଥିଲେ । ହେଲେ ରାତି ସେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।

ଶୁକ୍ରବାର ଦିନ ଝିଅର ନିର୍ବନ୍ଧ ଥିବାରୁ ପରିବାର ଲୋକେ ବ୍ୟସ୍ତ ରହିଥିଲେ । ଝିଅର ନିର୍ବନ୍ଧ ପାଇଁ ଡ଼ଙ୍ଗିଆ ଗ୍ରାମରୁ ବନ୍ଧୁ ବାନ୍ଧବ ଘରକୁ ଆସିଥିବା ବେଳେ ଝିଅର ବାପା ନେତ୍ର ବନଛୋର ଅନୁପସ୍ଥିତ ରହିଥିଲେ । ନିର୍ବନ୍ଧ କାର୍ଯ୍ୟ ସରିବା ପରେ ଶୁକ୍ରବାର ଅପରାହ୍ନ ୨ଟାରେ ଶଶୂର ଘର ଲୋକେ ନିଜ ଝିଅ ଘରକୁ ଏକ କପା କିଆରୀ ରେ ମୃତ ଦେହ ପଡ଼ିଥିବା ନେଇ ଖବର ଦେଇଥିଲେ । ପରିବାର ଲୋକେ ଖବର ଶୁଣିବା ପରେ ହତବାକ ହୋଇ ପଡ଼ିଥିଲେ । ଝିଅର ନିର୍ବନ୍ଧ ଭଳି ଶୁଭ କାର୍ଯ୍ୟ ସମୟରେ ବାପାଙ୍କ ମୃତ ଦେହ ପଡ଼ିବା ଭଲି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ମୃତ୍ୟୁ ଖବରକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଅପରାହ୍ନ ୫ଟା ରେ ବଙ୍ଗୋମୁଣ୍ଡା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ୍ରଆରମ୍ଭ କରୁଛି ବୋଲି ଜଣାପଡ଼ିଛି।