ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରମୁଣ୍ଡା ପଡ଼ିଆଠାରେ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ ପଶ୍ଚିମଵଙ୍ଗ, ଵିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଶହଶହ ଚାଷୀ ଏକତ୍ର ହୋଇଛନ୍ତି। ପ୍ରେଷ୍ଟିଜ, ପ୍ରାଇସ, ପେନସନ ଆଦି ୧୮ ଦଫା ଦାଵି ପୂରଣ ପାଇଁ ରଣହଙ୍କାର ଦେଇଛନ୍ତି। ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ୬ମାସ ମଧ୍ୟରେ ମାର୍ଚ୍ଚ ବଜେଟରେ ଦାବି ପୂରଣ ନକରନ୍ତି ପରିସ୍ଥିତି ଅଣାୟତ ହେବ ବୋଲି ଉପସ୍ଥିତ କୃଷକ ନେତାମାନେ ଚେତାବନୀ ଦେଇଛନ୍ତି।

ଦିଲ୍ଲୀ ଦରବାରେ ୧ଲକ୍ଷ ଚାଷୀ ଏକାଠି ହୋଇ ଦାବି ହାସଲ ପାଇଁ ଲଢ଼େଇ ଜାରିରଖିବେ। ସେହିପରି ଓଡ଼ିଶାର ଆସନ୍ତା ମାର୍ଚ୍ଚ ବଜେଟର ଅଧା କୃଷକଙ୍କ ତଥା କୃଷି ପାଇଁ ବ୍ୟବସ୍ଥା ନକରିଵେ, ତାହେଲେ ରାଜ୍ୟର ୩ ଲକ୍ଷ ଚାଷୀ ଏକାଠି ହେବେ। ଚାଷୀ ସମାଜ ଏକ ହୋଇ ରାଜ୍ୟରେ ଏର୍ମଜେନ୍ସି ପରିସ୍ଥିତି ସୃଷ୍ଟି କରିବେ ଵୋଲି ଚେତାବନୀ ଦେଇଥିଲେ।

ରାଜ୍ୟରେ ଵିଜେଡି, ଵିଜେପି ଓ କଂଗ୍ରେସ ହେଉଛି କମ୍ପାନୀ ସରକାର। କୃଷକ ସଂଗଠନ ହେଉଛି ଜନସାଧାରଣ ଵଳ। ତେଣୁ କୃଷକମାନେ ସଂଗଠିତ ହୋଇ ଆଗକୁ ବଢ଼ିବାର ହେଵ। ଗାନ୍ଧୀ, ଲାଲ ଵାହାଦୁର ଶାସ୍ତ୍ରୀ, ସୁଭାଷ ବୋଷ ଓ ଜୟ ପ୍ରକାଶଙ୍କ କ୍ରାନ୍ତି ଧାରାକୁ ମନେ ପକାଇ ଆଗକୁ ଯିଵାକୁ ହେଵ। ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ, ଆସନ୍ତା ପଞ୍ଚାୟତ ନିର୍ବାଚନ ବର୍ଜନ କରାଯିବ। ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ପେନସନ ୫ହଜାର, ଫସଲର ଉଚିତ୍ ମୂଲ୍ୟ ଓ ସାମାଜିକ ସୁରକ୍ଷା ଦରକାର। ଏହି ସମଵେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ପ୍ରଭାତ ଜୀ, ରାକେଶ ରଫିକ, ରଵି ଦାସ, ଶେଷଦେବ ନନ୍ଦ ପ୍ରମୁଖ ଉପସ୍ଥିତଜ ଥିଲେ।