ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା। ଆସନ୍ତା କାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଯାଜପୁର ଜିଲ୍ଲା ବଡ଼ଚଣାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ ହାରାହାରି ୧୯.୬, ଭଦ୍ରକରେ ୧୮.୧, ନବରଙ୍ଗପୁରରେ ୧୫.୫, କଟକରେ ୧୪.୨, ରାୟଗଡ଼ାରେ ୧୩, ଗଜପତିରେ ୧୨.୨, କନ୍ଧମାଳରେ ୧୧.୫, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ରେକର୍ଟ ହୋଇଛି।
ସେହିପରି ଆସନ୍ତା କାଲି ମଧ୍ୟ ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୩ ଘଣ୍ଟା ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଛି।
ଢେଙ୍କାନାଳ,ଅନୁଗୁଳ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ଗଞ୍ଜାମ,ଗଜପତି,ଖୋର୍ଦ୍ଧା,ନୟାଗଡ଼ ଓ କନ୍ଧମାଳକୁ ମଧ୍ୟ ସତର୍କ ସୁଚନା ଦିଆଯାଇଛି।