ବଢ଼ିଲା ଚାଷୀ ପଞ୍ଜିକରଣ ସମୟ ସୀମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣର ସମୟ ସୀମାକୁ ସରକାର ବୃଦ୍ଧି କରିଛନ୍ତି। ମଂଗଳବାରରୁ ଆଉ ୭ ଦିନ ପାଇଁ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ପ୍ରକାଶ ଥାଉ କି, ଚାଷୀଙ୍କ ନାମ ପଞ୍ଜିକରଣର ଶେଷ ତାରିଖ ମଂଗଳବାର ଥିଲା। ଏ ପର୍ୟ୍ୟନ୍ତ ୧୦ ଲକ୍ଷ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଅଧିକ ଚାଷୀଙ୍କ ନାମ ପଞ୍ଜିକରଣକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।