ନୂଆଦିଲ୍ଲୀ: ଗତ କିଛିଦିନ ହେବ କୃଷକ ଓ ହରିୟାଣା ସରକାରଙ୍କ ମଧ୍ୟରେ ଏମଏସପିକୁ ନେଇ ବିବାଦ ଜାରି ରହିଛି । ଏହିକ୍ରମେ ପ୍ରଶାସନ ସହ ଆଲୋଚନା ଫଳଶୂନ୍ୟ ରହିଲା ବୋଲି କୁରୁକ୍ଷେତ୍ରର ଦିଲ୍ଲୀ-ଚଣ୍ଡୀଗଡ଼ ହାଇୱେରେ ଧାରଣା ଦେଉଥିବା କୃଷକ କହିଛନ୍ତି ।
କୃଷକ ନେତା ରାକେଶ ଟିକେୟତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏମଏସପିକୁ ନେଇ ଯାହା ଘୋଷଣା କରିଥିଲେ ଆମେ ତାହା ଦାବୀ କରୁଛୁ କିନ୍ତୁ ହରିୟାଣା ସରକାର ରାଜ୍ୟରେ ଲାଗୁ କରୁନାହାନ୍ତି । ହାଇୱେ ଜାମ୍ କରିବା କଥା କହି କୃଷକଙ୍କୁ ବଦନାମ କରାଯାଉଛି । କୃଷକଙ୍କୁ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବା ଉଚିତ । ଆଗାମୀ ଦିନରେ ଯଦି ସରକାର କିମ୍ବା ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା ହେବ ଏସକେଏମ ଲୋକ ମଧ୍ୟ ମହଜୁଦ ରହିବେ । କୃଷକ ଓ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହେବା ସତ୍ତ୍ୱେ ଏହା ଫଳଶୂନ୍ୟ ରହିଛି ।