ଅଞ୍ଚଳରେ ହାତୀ ଉପଦ୍ରବ, ଜଣେ ଚାଷୀ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଆଗଲପୁରରେ ଶନିବାର ଏକ ହାତୀ ଜଣେ ଚାଷୀକୁ ଦଳି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେହି ସମୟରେ ହାତୀଟି ଫଛପଟୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଚାଷୀଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟଲୋକେ କ୍ଷତି ପୂରଣ ଦାବି କରିଛନ୍ତି। ତେବେ ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଉଥିବା ବେଳେ ଏ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉନାହିିଁ। ଫଳରେ ଆଜି ଅଞ୍ଚଳରେ ଏଭଳି ଏକ ଅଘଟଣ ଘଟିଛି।

ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।